
ରିଜିଜ ପରେ ଥିଏଟରରେ ହାଉସ୍ ଫୁଲ୍ କଲା ମଣି ରତ୍ନମଙ୍କ ନିର୍ଦ୍ଦେଶକ ଔପନ୍ୟାସିକ ଫିଲ୍ମ ‘ପୋନିୟିନ୍ ସେଲଭାନ୍ । ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ କଲେକସନ୍ ସହ ଦର୍ଶକଙ୍କ ହୃଦୟ ଜିତିଛି ଏହି ଫିଲ୍ମ । ପ୍ରଥମ ଦିନରେ ଫିଲ୍ମଟି ବହୁତ ଭଲ କାମ କରିଥିବାବେଳେ ଏବେ ଏହାର ଦ୍ୱିତୀୟ ଦିନର କଲେକ୍ସନ୍ ମଧ୍ୟ ସାମ୍ନାକୁ ଆସିଛି ।
ଏହି ଚଳଚ୍ଚିତ୍ରର କାହାଣୀ କାଲକି କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ଲିଖିତ ଉପନ୍ୟାସ ଉପରେ ଆଧାରିତ । ଏହି ହେଉଛି ଏକ ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର। ଯେଉଁଥିରେ ସାଉଥ୍ରୁ ବଲିଉଡ ପର୍ଯ୍ୟନ୍ତ ଜଣାଶୁଣା ଅଭିନେତାମାନେ ନଜର ଆସିଛନ୍ତି । ଏହା ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବାବେଳେ ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୩୬.୫ କୋଟି ଟଙ୍କା ସଂଗ୍ରହ କରିଛି। ସେହିପରି ଦ୍ୱିତୀୟ ଦିନରେ ୩୨.୫୦ କୋଟି ଟଙ୍କା କଲେକସନ୍ କରିଛି। ଘରୋଇ ବକ୍ସ ଅଫିସରେ ଫିଲ୍ମର ମୋଟ ସଂଗ୍ରହ ୬୯.୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି।