ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।
ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021
ସେହିପରି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଭାରତ ମାତାର ସୁଯୋଗ୍ୟ ସନ୍ତାନ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମବାର୍ଷିକୀରେ କୋଟି କୋଟି ପ୍ରଣାମ । ଦେଶର ସ୍ୱାଧୀନତା ପାଇଁ ତାଙ୍କ ତ୍ୟାଗ ଓ ସମର୍ପଣକୁ ରାଷ୍ଟ୍ର ସର୍ବଦା ମନେ ରଖିବ ।
महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ୍ କରି ନବୀନ ଲେଖିଛନ୍ତି, ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ ।
ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ। #ParakramDiwas pic.twitter.com/dDgH38sS19
— Naveen Patnaik (@Naveen_Odisha) January 23, 2021
ସେହିପରି ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ସ୍ଥିତ ଜାନକିନାଥ ଭବନ ପରିସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । #ParakramDivas pic.twitter.com/58pEeb1elV
— Dharmendra Pradhan (@dpradhanbjp) January 23, 2021