Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଟଲିଉଡ୍ ହିରୋ ନାଗାଚୈତନ୍ୟଙ୍କ ଦ୍ୱିତୀୟ ବିବାହ

ସାମନ୍ଥା ଏବଂ ନାଗାଚୈତନ୍ୟ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ।

ଟଲିଉଡ୍ ହିରୋ ନାଗା ଚୈତନ୍ୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା । ସାମନ୍ଥା ଏବଂ ନାଗାଚୈତନ୍ୟ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ହଠାତ୍‌ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା । ହେଲେ ଦୁହିଁଙ୍କ ଅଲଗା ହେବା ଦୀର୍ଘ ଦିନ ବିତିଗଲାଣି  । ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଟଲିଉଡରେ ଚର୍ଚ୍ଚା ହେଉଛି । ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ନାଗା, ସାମନ୍ଥା ଠାରୁ ଅଲଗା ହେବା ପରେ ବର୍ତ୍ତମାନ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଏହା ସହ ଦ୍ୱିତୀୟ ବିବାହ ନେଇ ବହୁତ କିଛି ଯୋଜନା ମଧ୍ୟ କରୁଛନ୍ତି । ତେବେ ଏହି ବିଷୟରେ ଅଭିନେତାଙ୍କ ଠାରୁ କୌଣସି ପ୍ରକାରର ସୂଚନା ମିଳି ନାହିଁ । କୁହାଯାଉଛି ଯେ ସାମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ବହୁତ ଭାଙ୍ଗି ପଡିଛନ୍ତି । ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି । ଏହି କାରଣରୁ ନାଗା ବର୍ତ୍ତମାନ ପୂନର୍ବାର ବିବାହ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ନାଗା ବର୍ତ୍ତମାନ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି । ଦ୍ୱିତୀୟ ବିବାହ ପାଇଁ ସେ ନିଜକୁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି । କହିବାକୁ ଗଲେ ସାମନ୍ଥା ଏବଂ ନାଗା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିବା ପରେ ଉଭୟ ଏକାଠି ଡେଟ୍‌ କରିଥିଲେ । ତା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ହଠାତ୍‌ ଉଭୟଙ୍କ ମଧ୍ୟରେ ମତଭେଦର ଖବର ଆସିବାକୁ ଲାଗିଲା ଏବଂ ଗତ ବର୍ଷ ହେଲା ଦୁହେଁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ନାଗାଚୈତନ୍ୟ ।

Show More

Related Articles

Back to top button