Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ଭଣଜା ପାଇଁ ଗଲା ମାମୁଁଙ୍କ ଜୀବନ

ସମ୍ବଲପୁର : ଭଣଜାକୁ ବଞ୍ଚେଇବାକୁ ଯାଇ ଚାଲିଗଲା ମାମୁଁଙ୍କ ଜୀବନ । ମୋ ଜୀବନ ପଛେ ଚାଲିଯାଉ, କିନ୍ତୁ ମୋ ଭଣଜା ଜୀବନ ବଞ୍ଚିଯାଉ କହି ଭଣଜାକୁ ବଞ୍ଚାଇବାକୁ ଆଗେଇ ଆସିଲେ ମାମୁଁ। ଦୁର୍ବୃତ୍ତମାନେ ଛୁରୀ ଭୁସି ମାମୁଁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈଦ୍ୟନାଥ ଶର୍ମା। ଗତକାଲି ରାତିରେ ଘର ବାହାରେ ଭଣଜାଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ। ବୈଦ୍ୟନାଥ ଏହା ଦେଖି ଦୌଡ଼ି ଆସି ଛଡ଼ାଛଡ଼ି କରିଥିଲେ। ଏହି ସମୟରେ ଜଣେ ଯୁବକ ବୈଦ୍ୟନାଥଙ୍କ ଛାତିକୁ ଛୁରୀ ଭୁସି ଦେଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଦ୍ୟନାଥଙ୍କର ମୃତ୍ୟୁ ହୋିଥିଲା। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ବୁର୍ଲା ଥାନା ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।