୨୦ ଦିନରେ ପହଞ୍ଚିଛି ଯୁଦ୍ଧ : ୟୁକ୍ରେନକୁ ସାହାର୍ଯ୍ୟ କରିବ ଆମେରିକା
ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି ।

ଆଜିକୁ ୨୦ ଦିନରେ ପହଞ୍ଚିଛି ରୁଷ୍-ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଥମିବାର ନା ଧରୁନି । ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ଆମେରିକା ୟୁକ୍ରେନକୁ ସହାର୍ଯ୍ୟ କରିବା ନେଇ ଘୋଷଣା କରିଛି । ପୂର୍ବରୁ ଆମେରିକା ୟୁକ୍ରେନକୁ ସହାୟତା ନକରିବା ନେଇ କହିଥିବା ବେଳେ ବର୍ତ୍ତମାନ ରୁଷିଆ ବିରୋଧରେ ୟୁକ୍ରେନ୍ ସହ ଆମେରିକା ଛିଡ଼ାହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ ଏକ ଟ୍ୱିଟ୍ କରିଥିବା ଦେଖିବାକୁ ମିଳିଛି । ଟ୍ୱିଟରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଆମେରିକା ଯୋଗାଇବ ବୋଲି ସେ ସ୍ପଷ୍ଟ କରିଛି । ବାଇଡେନଙ୍କ ସୂଚନା ଅନୁସାରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ସେ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ୟୁକ୍ରେନ୍ ଶରଣାର୍ଥୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ସେ କହିଛନ୍ତି । ତାହା ସହ ଅର୍ଥ, ଖାଦ୍ୟ ଓ ଅନ୍ୟ ସହାୟତା ଦେବାକୁ ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେପଟେ ୟୁକ୍ରେନର ପ୍ରାୟ ସମସ୍ତ ସହରରେ ଘନଘନ ଆକ୍ରମଣ କରୁଛି ରୁଷ । ଆଜି ବି ୟୁକ୍ରେନର ଖାରକିଭ୍ ସହର ସହ ଅନ୍ୟାନ୍ୟ ସହରରେ ମିଶାଇଲ ମାଡ଼ କରୁଛି । ଆଜିର ଆକ୍ରମଣରେ ୟୁକ୍ରେନର ବହୁ ଧନଜୀବନ ସହ ସମ୍ପତ୍ତି ନଷ୍ଟ ହୋଇଛି । ୟୁକ୍ରେନ୍ ବି ରୁଷର ୬ଟି ଲଢ଼ୁଆ ଗାଡ଼ି ନଷ୍ଟ କରିବା ସହ ୧୦୦ ସୈନିକଙ୍କୁ ହତ୍ୟାକରିଥିବା ଦାବି କରିଛି । ଅନ୍ୟପଟେ ରୁଷ ମଧ୍ୟ ଯୁଦ୍ଧକୁ ଆହୁରି ତୀବ୍ରତ୍ତର କରିବାକୁ ଉଦ୍ୟମ କରୁଛି । ଚୀନଠାରୁ ଅସ୍ତ୍ରଶନ୍ତ୍ରର ସହାୟତା ମାଗୁଛି । ଚୀନ ଏନେଇ ତାର ବିବୃତି ରଖିନଥିବା ବେଳେ ସାରା ବିଶ୍ୱ ଏହି ଦୁଇ ଦେଶର ଯୁଦ୍ଧ ଉପରେ ନଜର ରଖିଛି ।