ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଯୋଡି

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବି-ଟାଉନର ଚର୍ଚ୍ଚିତ ଯୋଡି ଅଭିନେତା ଅଲି ଫୈଜଲ ଏବଂ ଅଭିନେତ୍ରୀ ରିଚା ଚଢା । ଆସନ୍ତା ଅକ୍ଟୋବର ୬ରେ ଏହି ଦୁଇ ଯୋଡିଙ୍କର ସାହାନାଇ ବାଜିବ। ଏବେଠୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାକୁ ଆରମ୍ଭ କଲାଣି । ଅକ୍ଟୋବର ୭ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରାଯିବ।
ବିବାହ ଉତ୍ସବ ଦିଲ୍ଲୀରୁ ଆରମ୍ଭ ହେବ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ ହେବ। ବିବାହ କାର୍ଯ୍ୟ ବ୍ୟତୀତ ଦୁହେଁ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସଂଗୀତ ଏବଂ ମେହେନ୍ଦି ସମାରୋହର ଯୋଜନା ମଧ୍ୟ କରିଛନ୍ତି। ସାଉଥ୍ ମୁମ୍ବାଇ ହୋଟେଲରେ ଏହି ରିସେପ୍ସନ୍ ଅନୁଷ୍ଠିତ ହେବ । ଯେଉଁଥିରେ ୩୫୦-୪୦୦ ଅତିଥି ଯୋଗଦେବେ। ବଡ ବଡ ବଲିଉଡ ସେଲିବ୍ରେଟ୍ ମଧ୍ୟ ସାମିଲ୍ ହୋଇପାରନ୍ତି ବୋଲି ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟରେ ପ୍ରକାଶ ପାଇଛି ।
ତେବେ ଦୀର୍ଘ ସମୟ ଧରି ସେମାନଙ୍କ ବିବାହର ଖବର ଚର୍ଚ୍ଚାରେ ରହିଆସିଛି। ଗତ ବର୍ଷ କୁହାଯାଉଥିଲା ଯେ ଉଭୟ ବିବାହ ବନ୍ଧନ ବାନ୍ଧି ହେବେ କିନ୍ତୁ ପରେ କୋଭିଡଙ୍କ ଯୋଗୁଁ ବିବାହ ବାତିଲ ହୋଇଯାଇଥିଲା। କିନ୍ତୁ ଏବେ ପୁଣିଥରେ ସେମାନଙ୍କ ବିବାହର ଖବର ଚର୍ଚ୍ଚାକୁ ଆସିଛି।