ଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଏଥର ରାଜଧାନୀରେ ପୂଜା ପାଇବେ ୫୦ ଫୁଟର ଉଚ୍ଚର ବିଶାଳ ଗଣେଶ ମୂର୍ତ୍ତି

ଭୁବନେଶ୍ୱର : ଆଉ ମାତ୍ର ୩ ଦିନର ଅପେକ୍ଷା। ପୂରପଲ୍ଲୀରେ ଖୁବ ଆନନ୍ଦର ସହ ଜମିବ ଶ୍ରୀଗଣେଶଙ୍କ ପୂଜା। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ବି ପାଳନ କରିବ ଗଣେଶ ପୂଜା। ଏଥର ରାଜଧାନୀରେ ତିଆରି ହେଉଛି ୫୦ ଫୁଟରୁ ଅଧିକ ଉଚ୍ଚର ବିଶାଳ ଗଣେଶ ମୂର୍ତ୍ତି। ୮ ଫୁଟ ଉଚ୍ଚର ମୂଷା। ୫୦ କେଜି ଓଜନର ଲଡ଼ୁ। ରାଜଧାନୀ ବିଭିନ୍ନ ପୂଜାମଣ୍ଡପରେ ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାକୁ ନେଇ ରାଜଧାନୀବାସୀ ଯେତିକି ଉତ୍ସାହିତ, ପୂଜା ମଣ୍ଡପ କର୍ମକର୍ତ୍ତା ସେତିକି ତତ୍ପର ଅଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ଉତ୍କଣ୍ଠା ଅଗ୍ରଗଣ୍ୟ ଶ୍ରୀଗଣେଶଙ୍କ ପୂଜାକୁ ଜାକଜମକରେ ପାଳନ କରାଯିବ। ସେଥିପାଇଁ ମୂର୍ତ୍ତି ତିଆରି ନିମନ୍ତେ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତୋରଣ, ପ୍ରସାଦ, ମେଳା, ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ବଜେଟ କରାଯାଇଛି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଏଥିଲାଗି ଏଥର ପୂଜାକୁ ଆକର୍ଷଣୀୟ କରିବା ଲାଗି ପ୍ରତି ପୂଜା କମିଟିରେ ଜୋରଦାର ପ୍ରସ୍ତୁତି ହେଉଛି। ରାଜଧାନୀରେ ଏଥର ବମ୍ବେ ମଡେଲର ବିଶାଳ ଗଣେଶଙ୍କ ପ୍ରତିମା ପୂଜା ମୁଖ୍ୟ ଆକର୍ଷଣ ହେବ। ଭୁବନେଶ୍ୱରର ୪ଟି ସ୍ଥାନରେ ଗଣପତି ବାବାଙ୍କ ବିଶାଳ ମୂର୍ତ୍ତି ପୂଜା ପାଇବେ। ବରଗଡରେ ବ୍ରାଇଟଷ୍ଟାର କ୍ଲବ ପକ୍ଷରୁ ଏଥର ୫୧ ଫୁଟର ଗଣେଶଙ୍କ ପ୍ରତିମୂର୍ତ୍ତି  ତିଆରି କରାଯାଉଛି। ତାସହ ଏଠାରେ ୫୧ କେଜିର ବିଶାଳ ଲଡ଼ୁ ଭୋଗ ଲାଗି ହେବ। ସେହିପରି ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣି କ୍ଲବରେ ଏଥରେ ୫୦ ଫୁଟ୍ ଉଚ୍ଚର ଗଣେଶ ମୂର୍ତ୍ତି ପୂଜା ପାଇବେ। ସେହିପରି ସହିଦନଗର ଓ୍ୱିନର କ୍ଲବ୍ ପକ୍ଷରୁ ଏଥର ୪୬ ଫୁଟର ମୃଣ୍ମୟୀ ପ୍ରତିମା କରାଯାଉଛି। ଏଠାରେ ଗଜାନନ ସୂର୍ଯ୍ୟ ରଥରେ ବିରାଜିତ ଥିମରେ ପ୍ରସ୍ତୁତ ହୋଇଛି ମୂର୍ତ୍ତି। ସହିଦ କ୍ଲବ ପକ୍ଷରୁ ଏଥର ମୂର୍ତ୍ତି ସହ ତୋରଣକୁ ବେଶ୍ ଆକର୍ଷଣୀୟ କରାଯାଉଛି। ସେପଟେ ଶୈଳଶ୍ରୀ ବିହାର ଫେଜ ଟୁ ତଳ ପଡିଆ କ୍ଲବ୍ ପକ୍ଷରୁ ୪୦ ଫୁଟ୍ ଉଚ୍ଚର ନିଆରା ବିନାୟକ ପ୍ରତିମୂର୍ତ୍ତି ପ୍ରସ୍ତୁତି କରାଯାଉଛି। ମୂର୍ତ୍ତିର ବିଶେଷତ୍ୱ ହେଲା ଏହାକୁ ମାଟି ବଦଳରେ ସୋଲ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସରେ କରାଯାଉଛି।

Show More

Related Articles

Back to top button