
କରୋନା ବିରୋଧରେ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏହାକୁ ଆହୁରି ତ୍ଵରାନ୍ଵିତ ଏବଂ ଗତିଶୀଳ କରିବା ପାଇଁ କେନ୍ଦ୍ର ସରକାର ଡୋର ଟୁ ଡୋର ଅଭିଯାନ ‘ହର ଘର ଦସ୍ତକ’ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୧୦୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରା କରିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଭ୍ୟାକ୍ସିନର ପ୍ରଥମ ଡୋଜ୍ର ଲକ୍ଷ୍ୟ ୧୦୦ ପ୍ରତିଶତ ପୂରା କରିବା ଏବଂ ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ଵିତୀୟ ଡୋଜ୍ ଦେବା। ଅଭିଯାନରେ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ଘର ଘର ଯାଇ ଲୋକଙ୍କୁ ଭ୍ୟାକ୍ସିନ ଲଗାଇବେ।
ଟିକାକରଣରେ ପଛୁଆ ଅଣ ବିଜେପି ଶାସିତ ରାଜ୍ୟ
ମାସ ମାସ ଧରି ଜାରି ଟିକାକରଣ ଅଭିଯାନ ସତ୍ତ୍ଵେ ଅଣ ବିଜେପି ଶାସିତ ରାଜ୍ୟ ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ମଧ୍ୟ ଉପଲବ୍ଧ କରାଇ ପାରି ନାହାନ୍ତି। ଏହି ରାଜ୍ୟଗୁଡିକରେ ଟିକାର ଦ୍ଵିତୀୟ ଡୋଜ୍ର ସଂଖ୍ୟା ୫୦ ପ୍ରତିଶତରୁ ମଧ୍ୟ କମ ରହିଛି। ଏହାର ବୀପରିତ ବିଜେପି ଶାସିତ ରାଜ୍ୟଗୁଡିକରେ ପ୍ରଥମ ଡୋଜ୍ର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ବେଳେ ଅନ୍ୟ ରାଜ୍ୟ ଲକ୍ଷ୍ୟର ବହୁତ ନିକଟତର ଅଛନ୍ତି। ବିଜେପି ଶାସିତ ସମସ୍ତ ରାଜ୍ୟ ଟିକାର ଦ୍ଵିତୀୟ ଡୋଜ୍ ମାମଲାରେ ମଧ୍ୟ କଂଗ୍ରେସ ଶାସିତ ରାଜ୍ୟଠୁ ବହୁତ ଆଗରେ ଅଛନ୍ତି।
ଓମିକ୍ରନ ନେଇ ଭାରତ ଆଲର୍ଟ
କରୋନାର ନୂତନ ଭାରିଏଣ୍ଟ ଓମିକ୍ରନର ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତରେ ଆଲର୍ଟ ଜାରି କରାଯାଇଛି। ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ କଡା ଯାଞ୍ଚ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ରାଜ୍ୟଗୁଡିକ ସହିତ ମିଶି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଟିକାକରଣର ସ୍ଥିତି
ବିରୋଧୀ ଦଳ ଶାସିତ ରାଜ୍ୟ
ରାଜ୍ୟ ପ୍ରଥମ ଡୋଜ୍ ଦ୍ଵିତୀୟ ଡୋଜ୍
ଝାରଖଣ୍ଡ ୬୬.୨ ପ୍ରତିଶତ ୩୦.୮ ପ୍ରତିଶତ
ପଞ୍ଜାବ ୭୨.୫ ପ୍ରତିଶତ ୩୨.୮ ପ୍ରତିଶତ
ତାମିଲନାଡୁ ୭୮.୧ ପ୍ରତିଶତ ୪୨.୬୫ ପ୍ରତିଶତ
ମହାରାଷ୍ଟ୍ର ୮୦.୧୧ପ୍ରତିଶତ ୪୨.୫ ପ୍ରତିଶତ
ଛତିଶଗଡ ୮୩.୨ ପ୍ରତିଶତ ୪୭.୨ ପ୍ରତିଶତ
ରାଜସ୍ଥାନ ୮୪.୨ ପ୍ରତିଶତ ୪୬.୯ ପ୍ରତିଶତ
ପଶ୍ଚିମବଙ୍ଗ ୮୬.୬ ପ୍ରତିଶତ ୩୯.୪ ପ୍ରତିଶତ