Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଅଁଳା ନବମୀ

ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମାଆଙ୍କ ପାଖରେ ଲାଗି କରାଯାଇଛି ।  ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି । ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିଭଳି ବିଶ୍ୱାସ ରହିଛି ଆଜିର ଏହି ପବିତ୍ର ଦିନରେ ଅଁଳା ଗଛ ମୂଳରେ ଲାଲୀ ସୁତା ଗୁଡ଼ାଇ ଶଙ୍ଖା ସିନ୍ଦୁର ପୂଜା କରି ଅଁଳା ଗଛ ମୂଳରେ ୭ ଥର ପରିକ୍ରମା କରିଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ କାମନା ହୁଏ ବୋଲି ଆଦିମ କାଳରୁ ବିଶ୍ୱାସ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button