ଓଡ଼ିଶାଦେଶଦେଶ ବିଦେଶସ୍ୱତନ୍ତ୍ର

ଆଜି ହେଉଛି ଆନ୍ତର୍ଜାତୀୟ ଶ୍ରମ ଦିବସ

ଆଜି ହେଉଛି ଶ୍ରମ ଦିବସ ବା ଶ୍ରମିକ ଦିବସ । ପୃଥିବୀର ଅନ୍ୟନା ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ । ଭାରତ ମେ ୧ ତାରିଖରେ ପାଳନ କରୁଥିବାବେଳେ ଏହାକୁ ଭିନ୍ନ ରାଷ୍ଟ୍ରମାନେ ଭିନ୍ନ ଦିନ ମାନଙ୍କରେ ପାଳନ କରିଥାନ୍ତି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଜାଗରଣ ସୃଷ୍ଟି କରିବା ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ସୃଷ୍ଟି ହୋଇଥିଲା ବିଶ୍ୱ ଶ୍ରମିକ ଦିବସ । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।  ତେବେ ଅନେକ ସଂଘର୍ଷ ପରେ ଶେଷରେ ସେମାନଙ୍କ ଦାବି ପୂରଣ ହେଲା ଏବଂ ସେହି ଦିନଠାରୁ ମେ ୧ ତାରିଖକୁ ଶ୍ରମିକ ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ପ୍ରତିବର୍ଷ ମେ ମାସ ୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରାଯାଇଛି କିନ୍ତୁ ଆମେରିକାରେ ଶ୍ରମିକମାନେ ଏହି ଦିବସ ସେପ୍ଟେମ୍ବର ମାସର ପ୍ରଥମ ସୋମବାରରେ ହିଁ ପାଳନ କରିଥାନ୍ତି ।

 

Show More

Related Articles

Back to top button