ଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆଜି ପବିତ୍ର ମହାନବମୀ: ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ପୂଜାମଣ୍ଡପ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟା ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା। ଆଜି ପୀଠରେ ମା’ଙ୍କର ମହାଦଶମୀ ଥିବା ବେଳେ ମଣ୍ଡପରେ ମହାନବମୀ। ଆଜି ବିଭିନ୍ନ ମଣ୍ଡପରେ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେଉଛି। କନ୍ୟା ପୂଜନରେ ମାଆଙ୍କୁ ପ୍ରସନ୍ନ କରିବାକୁ ୯ ଜଣ କୁନି ଝିଅକୁ ପୂଜା କରାଯାଇଥାଏ। ଏହା ସହିତ ଘରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ। ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାକୁ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଦଶହରା ପାଇଁ କଟକର ଅଧିକାଂଶ ପୂଜା ମଣ୍ଡପରେ ଆକର୍ଷଣ ସାଜିଛି ସୁନା ଚାନ୍ଦି ମେଢ଼। ତା’ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ମଣ୍ଡପ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଆଖି ଝଲସା ତୋରଣ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମୁଛି।

Show More

Related Articles

Back to top button