Breaking PLUSଦେଶମୁଖ୍ୟ ଖବର
ଆଜି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ- ଆଜି ହେଉଛି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଜନ୍ମଦିନ। ଆଜି ସେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍ ଦୁନିଆରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବର୍ତ୍ତମାନ ବିଶ୍ବକପ୍ ଖେଳୁଥିବା ବିରାଟ ଫୁଲ୍ଫର୍ମରେ ଅଛନ୍ତି।
ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ୨୦୦୮ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଗତ ୧୫ ବର୍ଷ ମଧ୍ୟରେ ସେ ଅନେକ ସଫଳତା ହାସଲ କରିଛନ୍ତି। ପ୍ରଥମ ଦିନରୁ ଅର୍ଥାତ୍ ୨୦୦୮ରେ ସେ ଭାରତକୁ ୟୁ-୧୯ ବିଶ୍ୱକପ୍ ବିଜୟରେ ପହଞ୍ଚାଇଥିଲେ। ବିରାଟ ନିଜର ଅସାଧାରଣ ରନ୍ ସ୍କୋର କରିବାର କ୍ଷମତା ହାସଲ କରିବା ସହିତ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସୁଛନ୍ତି।