Breaking PLUSଓଡ଼ିଶାମୁଖ୍ୟ ଖବର

ଓମିକ୍ରନ୍ ଭୟ: କୁଏତ ଫେରନ୍ତା ଯାଜପୁରର ଦୁଇଜଣଙ୍କୁ କରୋନା

ବିଶ୍ୱକୁ ଘାରିଛି ଓମିକ୍ରନ୍ ଭୟ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ମନରେ ଆତଙ୍କ ସୃଷ୍ଟି କରିବା ଭଳି ଆଉ ଏକ ଖବର । କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ଆକ୍ରାନ୍ତଙ୍କୁ ଟାଟା କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାପରେ ଦୁହିଁଙ୍କ ନମୂନାକୁ ଭୁବନେଶ୍ୱର ଆଇଏଲଏସକୁ ପଠାଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଥିଲା । ଏହା ଓମିକ୍ରନ ଭ୍ୟାରିଏଣ୍ଟ କି ନୁହେଁ, ତାହା ଜାଣିବା ପାଇଁ ସେମାନଙ୍କ ନମୂନା ଜେନମ ସିକ୍ୱେନ୍ସିଂ ପଠାଯାଇଛି ।

Show More

Related Articles

Back to top button