Breaking PLUSମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବାସ ନକଭୀ

ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବାସ ନକଭୀ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ ଆଜି ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଦଳ ତାଙ୍କୁ କିଛି ବଡ ଦାୟିତ୍ୱ ଦେଇପାରେ ।ସୂଚନାଯୋଗ୍ୟ ଯେ, ମୋଦୀ କ୍ୟାବିନେଟରେ ଥିବା ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଗୁରୁବାର ଶେଷ ହେବାକୁ ଯାଉଛି । ଯେଉଁଥିରେ ମୁଖତାର ଆବାସ ନକଭୀଙ୍କ ସହିତ ଆରସିପି ସିଂହଙ୍କ ନାଁ ମଧ୍ୟ ସାମିଲ ରହିଛି । ଜୁଲାଇ ୬ ତାରିଖ ପରେ ଏହି ଦୁଇ ନେତା ସଂସଦର କୌଣସି ଗୃହର ସଦସ୍ୟ ରହିବେ ନାହିଁ ।

Show More

Related Articles

Back to top button