Breaking PLUSଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡରେ ବିପର୍ଯ୍ୟୟ ରଚୁଛି ପ୍ରକୃତି

ଅତି ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ 74ଜଣଙ୍କ ମୃତ୍ୟୁ

() ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ତବ । ସବୁ ବର୍ଷ ପରି ଚଳିତ ବର୍ଷ ବି ପ୍ରକୃତିର କୋପ ଦେଖିବାକୁ ମିଳିଛି । ରାଜ୍ୟରେ ଅତି ପ୍ରବଳ ବର୍ଷା ଯୋଗୁ ଏବେ ସୁଦ୍ଧା 74ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି 43ଜଣ ଆହତ ହୋଇଛନ୍ତି । ତିନୋଟି ଜିଲ୍ଲାରୁ ପ୍ରାୟ 19ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ସେହିପରି ମଦମହେଶ୍ୱର ଘାଟିରେ ଫସିରହିଥିବା 293 ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅତି ପ୍ରବଳ ବର୍ଷା ପାଇଁ 20 ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟକୁ ଆଲର୍ଟ କରାଯାଇଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅନୁସାରେ 15 ଜୁନରୁ ଏବେ ସୁଦ୍ଧା ଅତିପ୍ରବଳ ବର୍ଷା କାରଣରୁ 74ଜଣଙ୍କର ମୃତ୍ୟୁ ହୋଇଛି । ରୁଦ୍ରପ୍ରୟାଗରୁ 19ଜଣ, ଚମେଲି, ପୌଡି, ଉତ୍ତରକାଶୀ ଜିଲ୍ଲାରୁ ଆଠ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଧମସିଂହ ନଗରରୁ 7ଜଣ, ଡେରାଡୁନରୁ 6ଜଣ, ହରିଦ୍ୱାର ଓ ଟିହରି ଜିଲ୍ଲାରୁ 5-5 ଜଣ, ନୈନିତାଲ ଓ ପିଥୌରାଗଡରୁ 3-3ଜଣ, ବାଗେଶ୍ୱର ଜିଲ୍ଲାରୁ 2ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚମ୍ପାବତ, ଅଲ୍ମୋଡା ଜିଲ୍ଲାରେ ଶୂନ୍ୟ ଜୀବନହାନୀ ଘଟିଛି ।…

Show More

Related Articles

Back to top button