Breaking PLUSଓଡ଼ିଶାମୁଖ୍ୟ ଖବର
ବଢ଼ିବ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଦରମା
ଭୁବନେଶ୍ବର: ଖୁବ୍ଶୀଘ୍ର ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଦରମା ବଢ଼ିବ। ରାଜ୍ୟ ସରକାର ଏ ଦିଗରେ କାମ କରୁଛନ୍ତି। ଏନେଇ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଏହି ଘୋଷଣା କରିଛନ୍ତି।
ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ କହିଛନ୍ତି, ଆଗକୁ ଆଶାଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ। ଏଥିସହ ମିଶନ ଶକ୍ତିର ଏମବିକେ, ଏଏନଏମଙ୍କ ଦରମା ମଧ୍ୟ ଖୁବଶୀଘ୍ର ରାଜ୍ୟ ସରକାର ବଢାଇବେ ବୋଲି ସେ କହିଛନ୍ତି।