ଗାଜା ଷ୍ଟ୍ରିପରେ ବିଧ୍ୱଂସଲୀଳା, ଇସ୍ରାଏଲର ହଜାରେ ନାଗରିକ ମୃତ
ତେଲଅଭିଭ- ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସର ଆକ୍ରମଣ ପରେ ଏବେ ଗାଜାଷ୍ଟିପରେ ଘମାଘୋଟ ଲଢେଇ ଜାରି ରହିଛି । ଯୁଦ୍ଧରେ ଇସ୍ରାଏଲ ତାର ଏକ ହାଜର ନାଗରିକଙ୍କୁ ହରାଇ ଥିବା ଇସ୍ରାଏଲ ପ୍ରତିରକ୍ଷା ବଳ ପକ୍ଷରୁ କୁହାଯାଇଛି । ସେହିପରି 2800ରୁ ଅଧିକ ଲୋକ ଆହତ ହୋଇଛନ୍ତି । 50ଜଣ ନିଖୋଜ ଥିବା ସୂଚନା ମିଳିଛି । ହମାସ ସେମାନଙ୍କୁ ବନ୍ଧକ ରଖିଥିବା ଅନୁମାନ କରାଯାଉଛି ।
ଆକ୍ରମଣ ପରେ ଇସ୍ରାଏଲ ପ୍ରାୟ 3ଲକ୍ଷ ସୈନିକ ପଠାଇ ଗାଜାଷ୍ଟ୍ରିପକୁ ଘେରିଯାଇଛି । ଗାଜାଷ୍ଟ୍ରିପ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ହମାସ ଆତଙ୍କବାଦୀଙ୍କ ଠିକଣା ଉପରେ ବୋମା ବର୍ଷଣ କରାଯାଉଛି । ହମାସର ନିୟନ୍ତ୍ରଣରେ ଥିବା 23ଲକ୍ଷ ଜନବସତି ସ୍ଥଳୀ ଗାଜାରେ ଇସ୍ରାଏଲ ଆକ୍ରମଣ ଯୋଗୁ 15ଶହ ଅଧିକ ଆତଙ୍କବାଦୀ ଓ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 4600 ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 260 ଶିଶୁ ଓ 230 ମହିଳା ଥିବା ଜଣାପଡିଛି ।
ଅନ୍ୟପଟେ ଆମେରିକୀୟ ବିମାନ ସାମରିକ ଉପକରଣ ସହ ଦକ୍ଷିଣ ଇସ୍ରାଏଲର ନେଭାତିମ ଏୟାରବେସରେ ପହଞ୍ଚିଛି । ରିପୋର୍ଟସ ମୁତାବକ ଆମେରିକା ଇସ୍ରାଏଲକୁ ୟୁଏସଏସ ଗେରାଲ୍ଡ ଆର.ଫୋର୍ଡ ନୌସେନାର ସବୁଠୁ ନୂଆ ଓ ସବୁଠୁ ଉନ୍ନତ ବିମାନ ପରିବହନକାରୀ ଜାହାଜ ପଠାଇଛି । ଏଥିରେ ପାଖାପାଖି 5ହଜାର ନାବିକ ଅଛନ୍ତି । ଏହି ଯୁଦ୍ଧ ଜାହାଜ କ୍ରୁଜ୍ ଏବଂ ବିନାଶକାରୀଙ୍କ ବ୍ୟତୀତ ତଦାରଖ କରିବାରେ ସକ୍ଷମ ।
ଆମେରିକା ରାଷ୍ଟ୍ରପତି ମଙ୍ଗଳବାର ତୃତୀୟ ଥର ପାଇଁ ଟେଲିଫୋନ ଯୋଗେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ନେତାନ୍ୟାହୁ କହିଛନ୍ତି ଯେ ହମାସ ଆଇଏସଆଇଏସଠାରୁ ବି ଖରାପ । ସେମାନଙ୍କ ସହ ଏଭଳି ବ୍ୟବହାର କରାଯିବା ଉଚିତ ।