ବାଣିଜ୍ୟ
କୋଭିଡ୍ ସଂକ୍ରମଣ ବ୍ୟାପିବା ସହ ୫ଜିର ସମ୍ପର୍କ ନାହିଁ
ଦେଶରେ ୫ଜି ମୋବାଇଲ୍ ଟାୱାର ପରୀକ୍ଷାମୂଳକ ବ୍ୟବହାର କାରଣରୁ କରୋନା ଭୂତାଣୁର ଦ୍ବିତୀୟ ଲହର ବ୍ୟାପିଥିବା ନେଇ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତୀକରଣ ସୂଚନା ପ୍ରସାରିତ ହେଉଛି

ଏହାକୁ କେନ୍ଦ୍ର ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। କରୋନା ଭୂତାଣୁ ବ୍ୟାପିବା ସହିତ ୫ଜିର କୌଣସି ସମ୍ପର୍କ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କରୋନା ଭୂତାଣୁ ବ୍ୟାପିବା ସହ ୫ଜି ସମ୍ପର୍କର କୌଣସି ବୈଜ୍ଞାନିକ ଆଧାର ନାହିଁ। ଦେଶରେ ଏବେ ସୁଦ୍ଧା ୫ଜି ନେଟ୍ୱର୍କର ପରୀକ୍ଷଣ ଆରମ୍ଭ ହୋଇନାହିଁ।
ମୋବାଇଲ୍ ଟାୱାରରୁ ନନ୍ ଆୟୋନାଇଜିଂ ରେଡିଓ ତରଙ୍ଗ ବାହାରିଥାଏ ଯାହା ଜୀବନ୍ତ କୋଷିକାକୁ କ୍ଷତି ପହଞ୍ଚାଇପାରେ ନାହିଁ। ଏଥିପାଇଁ ଟେଲିକମ୍ ବିଭାଗ କଠୋର ନିୟମ ଧାର୍ଯ୍ୟ କରିଛି ଯାହାକୁ ଟେଲିକମ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ପାଳନ କରୁଛନ୍ତି।