Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ବବ୍ୟାଙ୍କ ଟିମ୍

ଭୁବନେଶ୍ୱର-  ରାଜ୍ୟର ଭିତ୍ତିଭୂମି ରଣନୀତି ଅଧ୍ୟୟନ କରିବା ଏବଂ ଭିତ୍ତିଭୂମି ପାଇଁ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ଉପରେ ସୁପାରିସ କରିବା ଉଦ୍ଦେଶ୍ୟରେ ଭାରତ ସରକାର ବିଶ୍ୱବ୍ୟାଙ୍କ ସହଯୋଗରେ ଏହି ଅଧ୍ୟୟନ ପାଇଁ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ବ୍ୟତୀତ ଓଡ଼ିଶାକୁ ପ୍ରଥମ ୪ଟି ରାଜ୍ୟ ମଧ୍ୟରେ ଚିହ୍ନଟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବରିଷ୍ଠ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ବବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଲୋକସେବା ଭବନରେ ସରକାରଙ୍କ ଉନ୍ନୟନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ଭିତ୍ତିଭୂମି ବିଭାଗର ସଚିବ ଏବଂ ପିପିପି ନିର୍ଦ୍ଦେଶାଳୟ, ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।

ଶ୍ରୀମତୀ ଗର୍ଗ ପ୍ରତିନିଧି ଦଳକୁ ନୂତନ ପିପିପି ନୀତି, ପିପିପି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସଂସ୍ଥାଗତ ଢାଞ୍ଚା ଏବଂ ସାମାଜିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ବୃଦ୍ଧି ପାଇଁ ନିକଟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ରାଜ୍ୟର ବଢୁଥିବା ଆକାଂକ୍ଷା ଏବଂ ଜାତୀୟ ଓ ବିଶ୍ୱସ୍ତରରେ ଓଡ଼ିଶାର ବହୁମୁଖୀ ସ୍ୱୀକୃତି ପାଇଁ “ଭିଜନ ୨୦୩୬” କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button