Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

ପାନାମାରେ ୭.୭ ତୀବ୍ରତାର ଭୂକମ୍ପ, ୧୦ ଦେଶରେ ସୁନାମି ସତର୍କତା

ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ଖବର ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିବା ଦାବି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହେରେରା ପ୍ରଦେଶର ଦକ୍ଷିଣ ଉପକୂଳରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି। ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ତଳେ ଥିବା କୁହାଯାଉଛି। ରାଜଧାନୀ ପାନାମା ସିଟିରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି।

ଭୂକମ୍ପ ପରେ ସମ୍ଭାବ୍ୟ ସୁନାମିକୁ ନେଇ ସତର୍କତା ଜାରି କରାଯାଇଛି। ପାନାମା ସମେତ କଲମ୍ବିଆ, ଇକ୍ୱାଡୋର, ନିକାରାଗୁଆ, କୋଷ୍ଟାରିକା, ଏଲ୍‌ ସାଲଭାଡୋର, ହୋଣ୍ଡୁରାସ, ମେକ୍ସିକୋ, ପେରୁ ଓ ଗୁଏଟମାଲାର ଉପକୂଳ ଅଞ୍ଚଳକୁ ସତର୍କ କରାଯାଇଥିବା ଖବର ମିଳିଛି। କେତେକ ଅଞ୍ଚଳରେ ୧ରୁ ୩ ମିଟର ଉଚ୍ଚତାର ସୁନାମି ଲହରି ଉଠିବାର ଆଶଙ୍କା ପ୍ରକାଶ କରାଯାଇଛି।

ଭୂକମ୍ପ ପରେ ପାନାମାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିବା ଏବଂ ଟୋକୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିଥିବା ଦାବି କରାଯାଇଛି। ଏହାସହ ୪୦ରୁ ଅଧିକ ପରବର୍ତ୍ତୀ କମ୍ପନ ବା ଆଫ୍ଟରସକ୍‌ ଅନୁଭୂତ ହୋଇଥିବା କୁହାଯାଉଛି।

ତେବେ ଭୂକମ୍ପର ତୀବ୍ରତା, କ୍ଷୟକ୍ଷତି, ବିମାନ ଚଳାଚଳର ସ୍ଥିତି ଓ ସୁନାମି ସତର୍କତା ସମ୍ପର୍କିତ ତଥ୍ୟକୁ ଅଧିକୃତ ସୂତ୍ରରୁ ନିଶ୍ଚିତ କରିବା ଆବଶ୍ୟକ।

Show More

Related Articles

Back to top button