ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଦେଖନ୍ତୁ ଆଜିର ପଜିଟିଭ ସଂଖ୍ୟା

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲା କରୋନାରୁ ମୁକ୍ତ ହେବାରେ ଲାଗିଛି । ତେବେ ଆଜି ଓଡ଼ିଶାରେ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୫୮ ଜଣ ୧୮ ବର୍ଷରୁ କମ ବୟସର ପିଲା ରହିଛନ୍ତି । ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୫୬୬ ରହିଥିବା ବେଳେ ୩ ହଜାର ୫୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Gajapati: 10
8. Jagatsinghpur: 3
9. Jajpur: 14
10. Jharsuguda: 1
11. Kendrapada: 1
12. Khurda: 152
13. Koraput: 1
14. Malkangiri: 4
15. Mayurbhanj: 4
16. Nawarangpur: 1
17. Nayagarh: 1
18. Puri: 1
19. Rayagada: 1
20. Sambalpur: 4— I & PR Department, Odisha (@IPR_Odisha) November 9, 2021