
ଆଜି ବିକ୍ଷୋଭକାରୀମାନେ ରାଜ୍ୟ ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ଅଣ୍ଡା ଫିଙ୍ଗିଛନ୍ତି । ଏହା ସହିତ କେନ୍ଦ୍ରାପଡା ଜିଲ୍ଲା ଆଳିର ବାଳକାଟି ବଜାର ନିକଟରେ କଳା ପତାକା ଦେଖାଇଛନ୍ତି । ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ପାଇଁ ଆଳି ନିର୍ବାଚନ ମଣ୍ଡଳୀକୁ ପ୍ରତାପ ଜେନା ଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ସୂଚନା ମୁତାବକ, ଆଳି ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡଉପରକୁ ଅଣ୍ଡା ଫିଙ୍ଗିଥିଲେ ।