
ନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ କେନ୍ଦ୍ର ସରକାରଏକ ବଡ ନିଷ୍ପତ୍ତି ନେଇଛନ୍ତି । କଞ୍ଚା ପାମ୍ ତେଲ ଉପରେ ୫.୫ ପ୍ରତିଶତ ଶୁଳ୍କ ହ୍ରାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଖାଇବା ତେଲ ମୂଲ୍ୟ ହ୍ରାସ କରିବା ସହ ଖାଉଟିଙ୍କୁ ଆଶ୍ୱସ୍ତି କରିବାରେ ମଧ୍ୟ ସାହଯ୍ୟ କରିବ।
ସୂଚନା ମୁତାବକ , ଅଶୋଧିତ ପାମ ତେଲ ଉପରେ ପାଞ୍ଚ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ପାଇଁ ସେସ୍ ଆଦାୟ କରାଯିବ। ଯାହା ପୂର୍ବରୁ ୭.୫ ପ୍ରତିଶତ ରହିଥିଲା। ଏହି ହ୍ରାସ ସହ ଅଶୋଧିତ ପାମ୍ ତେଲ ଉପରେ ପ୍ରଭାବୀ ସୀମା ଶୁଳ୍କ ୮.୨୫ ପ୍ରତିଶତରୁ ହ୍ରାସ ହୋଇ ୫.୫କୁ ଖସିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପାମ୍ ତେଲ ଉପରେ କ୍ୱିଣ୍ଚାଲ ପିଛା ୨୮୦ ଟଙ୍କା ହ୍ରାସ ହୋଇପାରେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି ।
ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବାରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଏଭଳି ପଦକ୍ଷେପ ନେଉଥିବା ମଧ୍ୟ କୁହାଯାଉଛି ।