
କିଭ୍,: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଥମିବାର ନାଁ ଧରୁନି । ଏହାରି ଭିତରେ ୪ ଦିନ ବିତିଗଲାଣି । ରୁଷିଆର ଲଗାତାର ଆକ୍ରମଣ ଫଳରେ ବେହାଲ୍ ହେଉଛି ୟୁକ୍ରେନ। କିନ୍ତୁ ସାହାସୀ ୟୁକ୍ରେନ୍ ପଛଘୁଞ୍ଚା ନଦେଇ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା ବେଳେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ସୂଚନା ଦେଇ କହିଛନ୍ତିଯେ ଯୁଦ୍ଧ ଆରମ୍ଭ ହେବା ଦିନରୁ ଏପର୍ଯ୍ୟନ୍ତ ରୁଷିଆ ପ୍ରାୟ୍ର ୪୩୦୦ ସେନା ଓ ୧୪୬ ଟ୍ୟାଙ୍କ ହରାଇ ସାରିଲାଣି ।
ସେପଟେ ୟୁକ୍ରେନ ରାଷ୍ଟ୍ରପତିି ଭୋଲୋଡିମିର ଜେଲନସ୍କିଙ୍କୁ ଦେଶ ଛାଡି ପଳାଇ ଆସିବାକୁ ଆମେରିକା ପ୍ରସ୍ତାବ ଦେଇଥିବା ବେଳେ ସେ ଏଥିରେ ରାଜି ନହେଇ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରିବା ସହିତ ସେ ରୁଷିଆକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ରୁଷିଆର ଏଭଳି କାର୍ଯ୍ୟକଳାପରେ ଫିନଲାଣ୍ଡ, ଡେନମାର୍କ ଭଳି କିଛି ଦେଶ ରୁଷିଆକୁ ଆକାଶ ମାର୍ଗ ବନ୍ଦ କରି ଦେଇଛନ୍ତି । ଅର୍ଥାତ୍ ରୁଷିଆକୁ ଏଭଳି କିଛି ଦେଶ ବିମାନ ସେବା ବନ୍ଦ କରି ଦେଇଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି କହିଛନ୍ତି ରୁଷିଆକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ବାହାର କରିଦେବା ଉଚିତ ।