
କଟକ: ବାରବାଟୀରେ ପୁଣିଥରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ୍ ୯ତାରିଖରୁ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚେ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବା ନେଇ ଓଡିଶା କ୍ରିକେଟ ଆସୋସିଏସନ୍ (OCA) ପକ୍ଷରୁ ଘୋଷଣା କରାଯାଇଛି । ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା ।କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଓସିଏର ଅନୁରୋଧ ପରେ ଏହି ମ୍ୟାଚକୁ ରିସିଡ୍ୟୁଲ କରାଯାଇ ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦିଆଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ କଟକକୁ ମିଳିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଥିବା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀକୁ ମିଳିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ କୋଲକତାର ଇଡେନ ଗାର୍ଡେନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏବେ ପୁଣି ଥରେ ବାରବାଟୀକୁ ଆଉ ଏକ ମ୍ୟାଚ ମିଳିଥିବାରୁ ଅପେକ୍ଷାରେ ଅଛନ୍ତି କ୍ରିକେଟ୍ ପ୍ରେମୀ ।