
ମୁମ୍ବାଇ: ଭାରତକୁ ଆସିଲା କରୋନାର ନୂଆ ଭ୍ୟାରିଏଣ୍ଟ XE। ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭ୍ୟାରିଏଣ୍ଟ ମାମଲା ଚିହ୍ନଟ ହୋଇଥିବାବେଳେ ପ୍ରଥମେ ବ୍ରିଟେନରେ ଏହାକୁ ଚିହ୍ନଟ କରାଯାଇଥିଲା । ସମସ୍ତ ଭ୍ୟାରିଏଣ୍ଟ ଅପେକ୍ଷା ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏକ୍ସଇ ଓମିକ୍ରନର ସବ୍ ଭ୍ୟାରିଏଣ୍ଟ ବି.୧ ବି.୨ର ରୂପାନ୍ତିରିତ ରୂପ।
ସେରୋ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ,ମୁମ୍ବାଇରେ ଦେଶର ପ୍ରଥମ ନୂଆ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି । କେବଳ ଏକ୍ସଇ ଭ୍ୟାରିଏଣ୍ଟ ନୁହେଁ, କପ୍ପା ଭ୍ୟାରିଏଣ୍ଟର ମାମଲା ବି ଚିହ୍ନଟ ହୋଇଛି। ସେରେ ସର୍ଭେ ପାଇଁ ପଠାଯାଇଥିବା ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇ ନାହିଁ କି ଅକ୍ସିଜେନ୍ର ସପୋର୍ଟର ଆବଶ୍ୟକତା ପଡ଼ି ନାହିଁ ବୋଲି କୁହାଯାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୩୦ରୁ ୨୨୮ ସାମ୍ପଲ ଓମିକ୍ରନ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ ଜଣଙ୍କ ଠାରେ ଏକ୍ସି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। ଅନ୍ୟମାନେ ସମସ୍ତେ କାପ୍ପା ଭ୍ୟାରିଏଣ୍ଟରେ ପଜିଟିଭ୍ ହୋଇଛନ୍ତି।