ଓଡ଼ିଶାଦେଶଦେଶ ବିଦେଶବାଣିଜ୍ୟବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ମସ୍କଙ୍କ ଟ୍ୱିଟ ଭାଇରାଲ୍ : ଟ୍ୱିଟର ପରେ କୋକା-କୋଲା ପାଳି

ଟ୍ୱିଟର ଆଗକୁ ଆହୁରି ଖୁସି ବନାଇବାର ସ୍ଥାନ ହେଉ

ଓ୍ବାଶିଂଟନ୍‌ : ମସ୍କଙ୍କ ଟ୍ୱିଟ ଭାଇରାଲ୍ । ଟ୍ୱିଟର ପରେ କୋକା-କୋଲା ପାଳି ବୋଲି ଟୁଇଟ୍‌ କରିଛନ୍ତି ଏଲନ ମସ୍କ । ଗୁରୁବାର ସକାଳେ ଏଲନ ମସ୍କ କରିଥିବା ଏହି  ଟୁଇଟ୍‌ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ୍ ମସ୍କ ନିକଟରେ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟୁଇଟର୍‌ କିଣିଛନ୍ତି। ବର୍ତ୍ତମାନ ମସ୍କ କୋକା-କୋଲା କିଣିବା ନେଇ ଟୁଇଟ୍‌ କରିଥିବାବେଳେ ଏହି ଟୁଇଟ୍‌ ଖୁବ୍ ଭାଇରାଲ ହେବାରେ ଲାଗିଛି। ଗୁରୁବାର ସକାଳେ ଏଲନ ମସ୍କ ଟୁଇଟ୍‌ କରି କହିଛନ୍ତି, “ଏବେ ମୁଁ କୋକେନ୍‌ର ପୁନଃ ପ୍ରଚଳନ ପାଇଁ କୋକା-କୋଲା କିଣିବି” । ମାତ୍ର  ଅଧ ଘଣ୍ଟାରେ ୭ ଲକ୍ଷରୁ ଅଧିକ ଲୋକ ଏହା ଉପରେ ଲାଇକ୍ କରିଥିବାବେଳେ ହଜାର ହଜାର ଲୋକ କମେଣ୍ଟ୍‌ ମଧ୍ୟ ଦେଇଛନ୍ତି।

ସେପଟେ ଏହି ଟ୍ୱିଟ୍ ର କିଛି ସମୟ ପରେ ଆଉ ଏକ ଟ୍ୱିଟ୍ କରି କହିଛନ୍ତି- “ଟ୍ୱିଟର ଆଗକୁ ଆହୁରି ଖୁସି ବନାଇବାର ସ୍ଥାନ ହେଉ” ।

Show More

Related Articles

Back to top button