ଅପରାଧଆଇନ କାନୁନଦେଶମୁଖ୍ୟ ଖବରସ୍ୱତନ୍ତ୍ର

୯ ମାସର ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ

ଜଣେ ଗିରଫ

ନୂଆଦିଲ୍ଲୀ : ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ । ଏଭଳି ଅମାନୁଷିକ କାଣ୍ଡ ଘଟିଛି ରାଜଧାନୀ ନୂଆଦିଲ୍ଲୀରେ । ତିନି ଜଣ ଅଭିଯୁକ୍ତ ମିଶି ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୨୯ତାରିଖରେ ଉକ୍ତ ମହିଳାଙ୍କ ସ୍ବାମୀ ଜେଲରେ ଥିଲେ । ମହିଳା ଜଣକ ଏକୁଟିଆ ଥିବାର ସୁଯୋଗ ଦେଖି ଘରେ ପଶି ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣା ସଂପର୍କରେ କାହା ଆଗରେ ପ୍ରକାଶ ନକରିବା ପାଇଁ ଧମକ ଦେଇଥିଲେ ।  ତେବେ ସ୍ବାମୀ ଜେଲରୁ ଫେରିବା ପରେ ମହିଳା ଜଣଙ୍କ ସମସ୍ତ ଘଟଣା ସମ୍ପର୍କରେ ପ୍ରଥମେ ସ୍ବାମୀଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ବାମୀ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଆସି ଆଜି ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଦେଶୀ ମଦ ଭାଟି ମ୍ୟାନେଜର ମୁକେଶ ଯାଦବ, ମ୍ୟାନେଜର ରବୀନ୍ଦ୍ର ଯାଦବ ଏବଂ କର୍ମଚାରୀ ଛୋଟୁ ସିଂ ।   ମୁକେଶ ଯାଦବକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

Show More

Related Articles

Back to top button