Breaking PLUSଆଇନ କାନୁନମୁଖ୍ୟ ଖବର

ବ୍ରଜରାଜନଗର ଷ୍ଟେସନରେ ଆନ୍ଦୋଳନ

କେତେକ ଯାତ୍ରୀବାହୀ ଟ୍ରେନ୍‌ ଓ ମାଲ ବୋଝେଇ ଟ୍ରେନ୍‌ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି।

ରେଳରୋକା ଦାବିରେ ସ୍ଥାନୀୟ ନାଗରିକ କମିଟି ତରଫରୁ ଆଜି ସକାଳ ୬ଟାରୁ ବ୍ରଜରାଜନଗର ଷ୍ଟେସନରେ ରେଳରୋକୋ ଆରମ୍ଭ ହୋଇଛି। ଶତାଧିକ ଆନ୍ଦୋଳନକାରୀ ରେଳଧାରଣା ଉପରେ ଟେଣ୍ଡ ପକାଇ ବସି ରହିଛନ୍ତି। ଫଳରେ କେତେକ ଯାତ୍ରୀବାହୀ ଟ୍ରେନ୍‌ ଓ ମାଲ ବୋଝେଇ ଟ୍ରେନ୍‌ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି। ଏନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଏନେଇ କୌଣସି ବାଟ ବାହାରି ପାରିନାହିଁ।

ସୂଚନା ଅନୁସାରେ, ପୂର୍ବରୁ ଏଠାରେ ଯାତ୍ରୀବାହୀ ଟ୍ରେନ୍‌ ରହୁଥିବାବେଳେ କରୋନା ପାଇଁ କେତେକ ଟ୍ରେନ ରହଣିକୁ ରେଳବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି। ହେଲେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅଦ୍ୟାବଧି ରେଳରହଣି ସ୍ୱାଭାବିକ ହୋଇପାରିନାହିଁ। ଫଳରେ ରେଳଯାତ୍ରୀମାନେ ଯାତାୟତ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ବରୁ ଅନେକ ଥର ରେଳ ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ କୌଣସି ଫଳ ମିଳିନାହିଁ । ଫଳରେ ସ୍ଥାନୀୟ ଲୋକେ ଆଇନକୁ ହାତକୁନେଇ ଆନ୍ଦୋଳନ କରିବାପାଇଁ ବାଧ୍ୟ ହୋଇଛନ୍ତି ।

Show More

Related Articles

Back to top button