ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆକ୍ରମଣର ତୀବ୍ରତାକୁ ଅଚାନକ ବଢାଇ ଦେଇଛି ଋଷ

ଭୟଙ୍କର ହେଉଛି ସ୍ଥିତି

ତୀବ୍ର ହେଉଛି ଋଷର ଆକ୍ରମଣ । ରୁଷ ଓ ୟୁକ୍ରେନ ଯୁଦ୍ଧ ୭୧ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ଋଷ ୟୁକ୍ରେନ ପ୍ରତି କରୁଥିବା ଆକ୍ରମଣର ତୀବ୍ରତା ବଢାଇ ଦେଇଛି । ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଯୋଗାଉଥିବା ଅସ୍ତ୍ରଶସ୍ତ୍ର ବିଭିନ୍ନ ଅଞ୍ଚଳକୁ ପଠାଇବା ପାଇଁ ଯେଉଁ ୬ଟି ରେଳଷ୍ଟେସନ ବ୍ୟବହାର କରୁଥିଲେ ତାହାକୁ ଛାରଖାର୍ କରିଦେଇଛି ଋଷ ।

ସେହିପରି ଗତକାଲି ୟୁକ୍ରେନର ୪୦ ଟି ସାମରିକ ପ୍ରତିଷ୍ଠାନ ଧ୍ନଂସ କରିବା ସହ ମାରିୟୁପୋଲରେ ଜୋରଦାର ଆକ୍ରମଣ ଜାରି ରଖିଛି । ମାରିୟୁପୋଲ ମେୟର ଭାଦିମ ବୋଇଚେଙ୍କୋଙ୍କ କହିବା ଅନୁଯାୟୀ,ଆଜବଷ୍ଟଲ୍ ପ୍ଲାଣ୍ଟରେ ପୁଣିଥରେ ବୋମାମାଡ ହୋଇଛି । ଏହି ଆକ୍ରମଣ ଫଳରେ ପ୍ଲାଣ୍ଟ୍ ମଧ୍ୟରେ ଶତାଧିକ ନାଗରିକ ଫସିରହିବା ସହ ସୋମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କିନ୍ତୁ ଋଷ ଏହାକୁ ଖଣ୍ଡନ କରିଛି ।

ରୁଷ ସେନାର ସ୍ଥିତି ସୁଦୃଢ ହେବା ଫଳରେ ଡୋନେସ୍କରେ ବୋମାବର୍ଷା ହୋଇଛି । ଏହି ବୋମା ମାଡରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣଆହତ ହୋଇଛନ୍ତି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । କୃତ୍ରିମ ଅଭ୍ୟାସରେ ୬ଟି ଶତ୍ରୁ ଶିବିରରେ ରୁଷ ସେନା ସଫଳତା ପୂର୍ବକ ଆକ୍ରମଣ କରିବା ଅଭ୍ୟାସ କରିଥିଲେ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରମୁଖ ସେନା ଅଧିକାରୀ ସାମିଲ ହୋଇଥିଲେ । ରୁଷର ଏହି ପଦକ୍ଷେପ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ସୃଷ୍ଟି କରିପାରେ ବୋଲି ସମୀକ୍ଷକମାନେ କହିଛନ୍ତି ।

 

Show More

Related Articles

Back to top button