Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ନକଲି ସିମ୍

ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ ମହାନ୍ତିଙ୍କୁ ବି ଏଭଳି ଫୋନ ଆସିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ସାଂସଦ । ସବୁଠାରୁ ବଡ କଥା ହେଲା ଢେଙ୍କାନାଳରୁ ସିମ କାରବାରର ଲିଙ୍କ ସିଧାସଳଖ ନାଇଜେରିଆ ଅପରାଧୀଙ୍କ ଯାଏଁ ଲମ୍ବିଛି । ଢେଙ୍କାନାଳରୁ ଗିରଫ ହୋଇଥିବା ତିନି ଜଣ ସାଇବର ଅପରାଧୀଙ୍କ ଏଜେଣ୍ଟଙ୍କୁ ବୁଧବାରଠାରୁ କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ହସ୍ତଗତ ସୂଚନା ଅନୁସାରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ବ୍ୟବହାର କରି ଏକ ହ୍ୱାଟସଆପ୍ ଆକାଉଣ୍ଟରୁ ସାଇବର ଅପରାଧୀମାନେ ଦେଶର ସାଂସଦଙ୍କୁ ଟଙ୍କା ମାଗିଥିଲେ । ଏହି ନମ୍ୱର ଢେଙ୍କାନାଳ ତାଳବରକୋଟ ଅଞ୍ଚଳରେ ଆକ୍ଟିଭେଟ୍ ହୋଇଥିବାରୁ ଦିଲ୍ଲୀ ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଓ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା । ଓଡିଶା କ୍ରାଇମବ୍ରାଞ୍ଚକୁ ଏ ସମ୍ପର୍କରେ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ଗଲା ୧ ତାରିଖରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Show More

Related Articles

Back to top button