Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ ପୁଣି ଦୈନିକ ପଜିଟିଭିଟି ହାର ୦.୭୬ ପ୍ରତିଶତ
ଦେଶରେ ପୁଣି ଥରେ ଚିନ୍ତା ବଢାଇଛି କରୋନାର ବଢୁଥିବା ମାମଲା। ଦିନରେ ଦେଶରେ କରୋନାର ୩,୫୪୫ଟି ନୂଆ କେସ ଚିହ୍ନଟ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୯୪,୯୩୮ରେ ପହଞ୍ଚିଛି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୮୮ରେ ପହଞ୍ଚିଛି। ଏହାସହ ଦିନକରେ କରୋନାରେ ଆଉ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଉପଲବ୍ଧ ଡାଟା ଅନୁସାରେ, ଦିନକରେ ୨୭ ଜଣଙ୍କ କରୋନାର ମୃତ୍ୟୁ ହୋଇଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୦୦୨ରେ ପହଞ୍ଚିଛି।
ଦେଶରେ ସକ୍ରିୟ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୦.୦୫ ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୯୮.୭୪ ପ୍ରତିଶତରେ ପହଞ୍ଚିଥିବା ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଦୈନିକ ପଜିଟିଭିଟି ହାର ୦.୭୬ ପ୍ରତିଶତ ରହିଛି। ସେହିପରି ସପ୍ତାହିକ ପଜିଟିଭିଟି ହାର ୦.୭୯ ପ୍ରତିଶତ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୯.୮୧ କୋଟି କରୋନା ଟିକାର ଡୋଜ ପ୍ରଦାନ କରାଯାଇଛି।