ଦେଶ ବିଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଚୀନରେ ସାଂଘାତିକ ହେଉଛି ପରିସ୍ଥିତି, ୧୬ ଲକ୍ଷ ଟପିପାରେ ମୃତ୍ୟୁ ସଂଖ୍ୟା

ସାଂଘାଇ : ଦିନକୁ ଦିନ ଚୀନରେ ସାଂଘାତିକ ହେଉଛି ପରିସ୍ଥିତି । ଓମିକ୍ରନ ଭାରିଆଣ୍ଟ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇ ପଡିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ଆଗକୁ  ସ୍ଥିତି ଅତ୍ୟଧିକ ସଂଗୀନ ହେବ ।  ଚୀନର ଫୁଡାନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଅନୁଯାୟୀ, ଯଦି ଚୀନ୍ ତାର ଜିରୋ କୋଭିଡ ପଲିସିରେ କୋହଳ କରେ ତେବେ ଜୁଲାଇ ସୁଦ୍ଧା ୧୬ ଲକ୍ଷ ଛୁଇଁବ ମୃତ୍ୟୁ ସଂଖ୍ୟା ।

୨୦୨୦ରେ ଯେବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ସମୟରେ ଚୀନର ଦାବି ଥିଲା ଯେ, ଆମ ଦେଶରେ କରୋନା ସଂକ୍ରମଣ କମିଛି । ୨୦୨୧ ରେ ଯେବେ ଡେଲଟା ଭାରିଆଣ୍ଟ ସାମ୍ନାକୁ ଆସିଲା ସେବେ ମଧ୍ୟ ଚୀନ ଦାବି କରିଥିଲା ଯେ, ୧୪ ଦିନରେ ସଂକ୍ରମଣକୁ ଏଡାଇ ପାରିଛୁ । କିନ୍ତୁ ଏବେ ଓମିକ୍ରନ ଭାରିଆଣ୍ଟ ସ୍ଥିତିକୁ ବଦଳାଇଦେଇଛି । ଡେଲଟା ତୁଳନାରେ ଓମିକ୍ରନ କେତେ ଗୁଣା ଅଧିକ ସଂକ୍ରମାକ ଅଟେ । ଚୀନର ସାଂଘାଇରେ ପରିସ୍ଥିତି ସାଂଘାତିକ ଅଟେ । ଏଠାରେ ୬ ସପ୍ତାହରୁ ଅଧିକ ଲକଡାଉନ ଲାଗିଛି । ୨୫ କୋଟିରୁ ଅଧିକ ଲୋକ ଲକଡାଉନରେ ଅଛନ୍ତି ।

Show More

Related Articles

Back to top button