Breaking PLUSଦେଶମୁଖ୍ୟ ଖବରରାଜନୀତି
ଆଜି ଶେଷ ହେବ ବ୍ରଜରାଜନଗର ଉପନିର୍ବାଚନର ପ୍ରଚାର

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ହେବ । ଗଡ ହାତେଇବାକୁ ସବୁ ରାଜନୈତିକ ଦଳ ଦିନ ରାତି ଏକ କରି ପ୍ରଚାର ଜୋରଦାର କରୁଛନ୍ତି । ତେବେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଘରକୁ ଘର ବୁଲି ପ୍ରଚାରକମାନେ ଜୋରଦାନ କ୍ୟାମ୍ପେନିଂ କରୁଛନ୍ତି । ସିଧାସଳଖ ଭାବେ ନେତା ଓ ମନ୍ତ୍ରୀ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି । ଏହାସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ତେବେ ବଜ୍ରରାଜନଗର ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ସେପଟେ ହାତରେ ମାତ୍ର ୧୨ ଘଣ୍ଟା ସମୟ ଥିବାରୁ ତିନି ପ୍ରମୁଖ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ଲୋକଙ୍କ ହୃଦୟ ଜିତିବାକୁ ଲାଗି ପଡିଛନ୍ତି ନେତା ଓ ମନ୍ତ୍ରୀ ।