ସମୁନ୍ଦ୍ର ଭିତରେ ପୋତି ହୋଇ ରହିଥିବା ଜାହାଜ ଭିତରୁ ମିଳିଲା ୧୭ ଶହ କୋଟି ଡଲାର୍ ସୁନା

ନୂଆଦିଲ୍ଲୀ : ୨୦୦ ବର୍ଷ ତଳେ ସମୁଦ୍ର ଭିତରେ ପୋତି ହୋଇ ରହିଥିବା ଜାହାଜ ଭିତରୁ ମିଳିଲା ୧୭ ଶହ କୋଟି ଡଲାର୍ର ସୁନା। ଏହି ଜାହାଜ ସ୍ପେନ୍ର ପ୍ରସିଦ୍ଧ ସନ୍କେନ୍ ସାନ୍ ଜୋସ୍ ଗାଲିଅନ୍ର ଧ୍ୱଂସାବଶେଷ ପାଖରୁ ମିଳିଛି। ଆବିଷ୍କୃତ ଦୁଇଟି ଜାହାଜରେ ୧୭ ଶହ କୋଟି ଡଲାର୍ର ସୁନା ବୋଝେଇ ହୋଇ ରହିଥିବା ଜଣାପଡିଛି। ୬୨-ଗନ୍ ସାନ୍ ଜୋସ୍କୁ ବ୍ରିଟିସ୍ ସେନା ୧୭୦୮ରେ ବୁଡ଼ାଇ ଦେଇଥିଲା।୨୦୧୫ ରେ ଏହା ମିଳିଥିଲା ଓ ସ୍ପେନ୍ ସରକାର ଏକ ନୂଆ ଫୁଟେଜ୍ ରିଲିଜ୍ କରି କହିଛନ୍ତି, ଜାହାଜ ଭିତରୁ ସୁନା ଏବଂ ଅନ୍ୟ ମୂଲ୍ୟବାନ ଜିନିଷ ଲଦି ହୋଇ ରହିଥିଲା। ଏହି ଭିଡିଓ ରିମୋର୍ଟ କନଟ୍ରୋଲ ତିବା ଭେଇକିଲରୁ ରେକର୍ଡ କରାଯାଇଛି ଓ ଏଥିରେ ଦେଖିପାରିବେ ଯେ, ଗୋଟିଏ ଡଙ୍ଗା ଓ ଏକ ଯୁଦ୍ଧ ଜାହାଜର ଧ୍ୱଂସାବଶେଷ ପାଖରେ ରହିଛି। ଦୁଇଟି ଜାହାହ ୨୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଓ୍ବାଶିଂଟନ୍ ପୋଷ୍ଟ ନିଜର ରିପୋର୍ଟରେ ଲେଖିଛି, ରିମୋଟରୁ ଅପରେଟ୍ ହେଉଥିବା ପାଣି ତଳେ ଥିବା ବାହାନର ଦେଶର କାରିବିଆନ୍ ଉପକୂଳରୁ ୩,୧୦୦ ଫୁଟ ତଳକୁ ପଠାଯାଇଥିଲା। ନୀଳ ଓ ସବୁଜ ରଙ୍ଗର ଫଟୋରେ ସୁନାର କଏନ୍, ମାଠିଆ ଓ ବିଲକୁଲ ଠିକ୍ ଅବସ୍ଥାରେ ପ୍ରୋକ୍ଲେନ୍ କପ୍ ସମୁଦ୍ର ଶଯ୍ୟାରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଉଛି ବୋଲି ‘ୱାସିଂଟନ୍ ପୋଷ୍ଟ୍’ରେ ରିପୋର୍ଟ କରାଯାଇଛି। ଶହ ଶହ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ତଳେ ରହିବା ପରେ ମଧ୍ୟ ଜାହଜର ଗୋଟିଏ ଅଂଶ ପୁରା ଭଲ ରହିଛି। ଗୋଟିଏ ତୋପକୁ ମଧ୍ୟ ସମୁଦ୍ର ତଟରେ ଦେଖିବାକୁ ମିଳିଛି। ସ୍ପେନ୍ ନୌସେନା ଓ ପ୍ରତ୍ନତତ୍ତ୍ୱବିତ୍ ବୈଜ୍ଞାନିକ ଏହାର ମୂଳ ସ୍ଥାନ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି।