ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ONCG ହେଲିକପ୍ଟର ଦୁର୍ଘଟଣାରେ ଓଡିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ଭୁବନେଶ୍ୱର : ଓଏନସିଜି ହେଲିକପ୍ଟର ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ । ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବର ଜଣକ ହେଉଛନ୍ତି ହେଉଛନ୍ତି ମାଲକାନଗିରିର ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ଏଆରସିଏସ କାର୍ୟ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ସତ୍ୟମ୍ବଦ ଗତ ବର୍ଷ ବିବାହ ମଧ୍ୟ କରିଥିବାବେଳେ ତାଙ୍କ ପତ୍ନୀ ୩ ମାସର ଗର୍ଭବତୀ ଥିବା ଜଣା ପଡିଛି ।

ଆରବ ସାଗରରେ ରହିଥିବା ଓଏନ୍‌ଜିସିର ଏକ ପ୍ଲାଣ୍ଟକୁ ତଦାରଖ କରିବା ପାଇଁ ଗତକାଲି ଏକ ହେଲିକପ୍ଟରରେ ସତ୍ୟମ୍ବଦ ଯାଉଥିବାବେଳେ ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୂର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ଦୂର୍ଘଟଣାରେ ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ସତ୍ୟମ୍ବଦ ।

 

Show More

Related Articles

Back to top button