Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ
ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧିପାଇବାରେ ଲାଗିଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୩୯,୨୦,୪୫୧ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୩୨,୪୬,୮୨୯ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧,୪୭,୫୧୨ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୬,୧୧୦କୁ ବୃଦ୍ଧି ପାଇଛି।