ରାୟଗଡ଼ା : ରାୟଗଡାତେ ଝାଡାବାନ୍ତିରେ ଚାଲିଗଲା ଆଉ ଗୋଟିଏ ଜୀବନ । ଏହାପରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ମୃତକ ହେଲେ ରାୟଗଡ଼ା ଟିକିରି ଜାମୁଗୁଡାର ୫୬ ବର୍ଷୀୟ ସୁନି ମାଝି ।
ମିଳିଥିବା ଖବର ଅନୁଯାୟୀ, ସୁନି ମାଝି ଗତ ଦୁଇ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ । ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ପୁରା ରାୟଗଡ଼ା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସେପଟେ ଡାକ୍ତରୀ ଟିମ୍ ଲଗାତର ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ରୋଗୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।
ଅନ୍ୟପଟେ ବିଧାନସଭାରେ ବିରୋଧୀ ସଦସ୍ୟ ରାୟଗଡ଼ାରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗ ଉଠାଇଥିଲେ । ଯାହାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ପୂର୍ବ ଅପେକ୍ଷା ପରିସ୍ଥିତି ସୁଧୁରୁଛି । କିନ୍ତୁ ଆଗାମୀ ଦିନରେ କିଛି ମୃତ୍ୟୁ ସଂଖ୍ୟା ବଢିପାରେ ।