
କଂଗ୍ରେସକୁ ବଡ ଝଟକା । ଆଜି ହିମାଚଳ ପ୍ରଦେଶରେ ଭାଜପାରେ ସାମିଲ ହୋଇଛନ୍ତି କଂଗ୍ରେସର ୨ବରିଷ୍ଠ ବିଧାୟକ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଉପସ୍ଥିତିରେ କଙ୍ଗରା ବିଧାୟକ ପୱନ କାଜଲ ଏବଂ ନାଲାଗଡ ବିଧାୟକ ଲକ୍ଷ୍ମୀନ୍ଦର ସିଂ ରାଣା ଭାଜପାରେ ଯୋଗ ଦେଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ଏହା ବଡ ଚିନ୍ତାର ବିଷୟ ଅଟେ ।
ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ କହିବା ମୁତାବକ, ଭାଜପାରେ ସାମିଲ ହେବା ପରିପ୍ରେକ୍ଷୀରେ ଆମେ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ସଭାପତି ପୱନ କାଜଲ ଏବଂ ଉପାଧ୍ୟକ୍ଷ ଲକ୍ଷ୍ମୀନ୍ଦର ସିଂ ରାଣାଙ୍କୁ ସ୍ବାଗତ କରୁଛୁ। ଭାଜପାରେ ଏହି ୨ ବିଧାୟକ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବ।
ତେବେ ଅନ୍ୟପଟେ ଉଭୟ ବିଧାୟକଙ୍କ ଏହି ନିଷ୍ପତ୍ତି ପରେ ଏବେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସରେ ସବୁକିଛି ଠିକ ଅଛି ବୋଲି ଦଳ ଦାବି କରୁଥିବାବେଳେ ଏହାର ବିପରୀତ ଘଟଣା ଘଟୁଛି। ଜଣେ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି। ଆଗକୁ ହିମାଚଳ ପ୍ରଦେଶ ନିର୍ବାଚନ ଥିବାବେଳେ ବରିଷ୍ଠ ବିଧାୟକ ଦଳ ଛାଡିବା ଚିନ୍ତାର ବିଷୟ ହୋଇଛି।