ଓଡ଼ିଶାପାଣିପାଗ

ଗାଧେଇବାକୁ ଯାଇଥିବା ସମୟରେ ବଜ୍ରପାତ,୩ଜଣଙ୍କ ମୃତ୍ୟୁ

ଗାଧେଇବାକୁ ଯାଇଥିବା ସମୟରେ ବଜ୍ରଘାତ । ଫଳରେ ତିନି ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି  ରାଇରଙ୍ଗପୁର ଅଞ୍ଚଳରେ ଦୁଇଟି ସ୍ଥାନରେ । ମୃତକମାନେ ହେଲେ ତିରିଂ ଥାନା ଅଂଚଳ ବାରୁଡିହି ଗାଁର ଶ୍ୟାମ ପୁର୍ତ୍ତି ଓ ବହଲଦା ଥାନା ଅଂଚଳ ନିମଡିହି ଗାଁ’ର ରାନୀ ମୁଣ୍ଡାଓ ତାଙ୍କ ଝିଆରୀ ପାନ ମୁଣ୍ଡା ।

ସୂଚନା ମୁତାବକ, ଶ୍ୟାମ ପୁର୍ତ୍ତି ଗୋରୁ ଚରାଉ ଥିବା ବେଳେ ବଜ୍ରପାତ ହୋଇଥିଲା। ସେ ମୁର୍ଚ୍ଛିତ ହୋଇ ପଡ଼ିଆରେ ପଡ଼ିଥିବା ଦେଖି ଲୋକେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ରାନୀ ଓ ତାଙ୍କ ଝିଆରୀଙ୍କ ପାନଙ୍କ ସମେତ କିଛି ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ। ବର୍ଷା ହେବରୁ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବହଲଦା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ରାନୀ ଓ ତାଙ୍କ ଝିଆରୀଙ୍କ ପାନଙ୍କୁ ମୃତ ଘୋଷଣା କରିଥିଲେ। ବ୍ରଜାଘାତରେ ଅନ୍ୟ ଜଣେ ଆହତ ହୋଇଥିବା ଲେଚେ ମୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତିରିଂ ଓ ବହଲଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।

Show More

Related Articles

Back to top button