ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଘେରିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ଜୋରଦାର ଜାରିରହିଛି ହଙ୍ଗାମା। ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି। ଆପ୍‌ ସରକାରଙ୍କୁ ଘେରିଛି ବିଜେପି। ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ମୁହଁ ଟାଣ ଦେଖାଉଛନ୍ତି ତାହାକୁ ନେଇ ଆପ୍ ସରକାରକୁ ବିଜେପି ବାଣ ମାରିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ୍ ସରକାରକୁ ପାପ ସରକାରର ବୋଲି କହି ତାଙ୍କ ଉପରେ ବର୍ଷିଛନ୍ତି। ଏଥିସହ କେଜ୍ରିୱାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଥିବା ସେ ଅଭିଯୋଗ ଆଣିଛନ୍ତି। ଗୌରବ କହିଛନ୍ତି, ‘ନିର୍ବାଚନୀ ମେନିଫେଷ୍ଟୋରେ ଆପ୍ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଖୋଲିବାକୁ ପ୍ରତିଶ୍ରୃତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୃତି ପୂରଣ ହେଲା ନାହିଁ। ଏବେ ବିଡବ୍ଲୁଡି ଠାରୁ ଆଣିଥିବା ରିପୋର୍ଟ ଆଧାରରେ ଦିଲ୍ଲୀରେ ନୂଆ ସ୍କୁଲ ନୁହେଁ ବରଂ ଅଧିକ ଶ୍ରେଣୀଗୃହ ଖୋଲିବୁ ବୋଲି କହୁଛନ୍ତି। ସ୍କୁଲରେ ୨୪୦୦ ଶ୍ରେଣୀଗୃହର ଆବଶ୍ୟକତା ଥିଲା ଏବେ ଏହାକୁ ବୃଦ୍ଧି କରି ୭୧୮୦ଟି କରାଯାଇଛି। ଏହାଦ୍ୱାରା ବଜେଟରେ ୩୨୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ ହୋଇଛି। ଏମାନେ ଶୌଚାଳୟକୁ ବି ଶ୍ରେଣୀଗୃହ ସହ ମିଶାଇ ଗଣାନା କରିଛନ୍ତି। ଦିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି। କେବଳ ସେତିକି ନୁହେଁ କେଜ୍ରିୱାଲ ସରକାର ଦୁର୍ନୀତିରେ ବୁଡି ରହିଥିବା ସେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ ଇଏ ଆପ୍‌ ନୁହେଁ ପାପ। ସବୁ ବିଭାଗରୁ ଦୁର୍ନୀତିର ଗନ୍ଧ ଆସୁଛି। କାରଣ ଆପର ଡିଏନଏରେ ହିଁ ଦୁର୍ନୀତି ରହିଛି। ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଯାହାଙ୍କୁ କେଜ୍ରିୱାଲ ସଚ୍ଚୋଟତାର ସାର୍ଟିଫିକେଟ ଦେଇଥିଲେ ସେହି ସତ୍ୟେନ୍ଦ୍ର ଜୈନ ୩ ମାସ ହେବ ଜେଲରେ ଅଛନ୍ତି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇନାହିଁ। ବାରମ୍ବାର ବିଜେପି ପ୍ରଶ୍ନ ପଚାରୁଥିଲେ ମଧ୍ୟ କେଜ୍ରିୱାଲ ମନୀଷ ସିସୋଦିଆଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ବୋଳି ଉତ୍ତର ଦେଉଛନ୍ତି। ନ୍ୟୁୟର୍କ ଟାଇମ୍ସରେ ତାଙ୍କ ନାଁ ଆସୁଛି, ତେଣୁ ତାଙ୍କୁ ରାଜନୈତି ଦ୍ୱେଷ ସହ ନିର୍ଯାତନା ଦିଆଯାଉଛି ବୋଲି କେଜ୍ରିୱାଲ କହୁଛନ୍ତି। ଆପ୍‌ର କେବଳ ଗୋଟିଏ ସ୍ୱପ୍ନ ‘ନ୍ୟୁୟର୍କ ଟାଇମ୍ସ କା ନାମ ଜପନା ଓ ଜନତା କା ମାଲ୍‌ ଅପନ୍‌’ ବୋଲି ବିଜେପି କହିଛି।

 

Show More

Related Articles

Back to top button