
କେନ୍ଦ୍ର ସରକାର ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜପଥର ନାଁ ଏବେ କର୍ତ୍ତବ୍ୟ ପଥ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନ୍ର ନାଁ ପରିବର୍ତ୍ତନକୁ କେନ୍ଦ୍ର ସରକାର ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏହାସହ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ସୂତ୍ର ଅନୁସାରେ, ସେପ୍ଟେମ୍ୱର ୭ରେ ଏନଡିଏମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମୋହର ବାଜିପାରେ। ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଭାଷଣରେ କଲୋନିୟଲ ମାନସିକତାରୁ ମୁକ୍ତି ଉପରେ ଜୋର ଦେଇଥିଲେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ନୂଆ ନିଷ୍ପତ୍ତି ଅନୁସାରେ, ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୂରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ଏହାସହ ଏହା ଶାସକ ବର୍ଗକୁ ମଧ୍ୟ ଏକ ସନ୍ଦେଶ ଯେ ଦେଶର ଶାସକ ଏବଂ ପ୍ରଜା ଯୁଗ ଶେଷ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ରାସ୍ତାର ନାଁ ପରିବର୍ତ୍ତନ କରି ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା।