ରୁଷିଆ – ୟୁକ୍ରେନ ଯୁଦ୍ଧକୁ ୬ ମାସରୁ ଅଧିକ ଦିନ ପୂରିଥିଲେ ମଧ୍ୟ ଥମିବାର ନାଁ ଧରୁନି । ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଏହାରି ମଧ୍ୟରେ ଯୁଦ୍ଧ ଦ୍ୱାରା ରୁଷିଆର କୌଣସି କ୍ଷତି ହୋଇନାହିଁ ବରଂ ଲାଭବାନ ହୋଇଛି ବୋଲି କହଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ଏହାଦ୍ୱାରା ବିଶ୍ୱ ଉପରେ ରୁଷିଆର ଆଧିପତ୍ୟ ବୃଦ୍ଧି ପାଇବ। ୟୁକ୍ରେନ ବିରୋଧରେ ଏହି ‘ସ୍ବତନ୍ତ୍ର ସାମରିକ ଅପରେଶନ’ ସୋଭିଏତ୍ ସଂଘର ବିଲୋପ ପରେ ଏକ ଟର୍ନି ପଏଣ୍ଟ୍। ରୁଷିଆର ଭ୍ଲାଡିଭୋଷ୍ଟୋଭରେ ଇଷ୍ଟର୍ନ ଇକୋନୋମିକ ଫୋରମରେ ପୁଟିନ ଏହା କହିଛନ୍ତି।
ଯଦିଓ ପୁଟିନ ତାଙ୍କ ଭାଷଣରେ ୟୁକ୍ରେନ ବିଷୟରେ ଅଧିକ ଉଲ୍ଲେଖ କରିନାହାଁନ୍ତି। କେବଳ ସେ ଏତିକି କହିଛନ୍ତି, ଏହି ଯୁଦ୍ଧ କେବଳ ଲାଭ ଆଣିଛି, କୌଣସି କ୍ଷତି ହୋଇନାହିଁ। ମୁଖ୍ୟତଃ ଆମର ସାର୍ବଭୌତ୍ୱ ଦୃଢ ହୋଇଛି ଏବଂ ଆମେ ଆହୁରି ଶକ୍ତିଶାଳୀ ହୋଇଛୁ।