ଓଡ଼ିଶାଦେଶଦେଶ ବିଦେଶବ୍ୟକ୍ତିତ୍ୱ

 ଦୀର୍ଘ ଦିନର ବିଫଳତା ପରେ କୋହଲିିଙ୍କ ଦମ୍‌ଦାର ଶତକ

ଦୀର୍ଘ ୩ ବର୍ଷର ବିଫଳତା ପରେ ଦମ୍‌ଦାର ଶତକ ଦେଖାଇଛନ୍ତି କୋହଲି । ଆଜି ଏହି ଶତକୀୟ ଇନିଂସ ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ଦେଖିବାକୁ ମିଳିଛି । କୋହଲି ୬୧ ବଲ୍‌ରେ ୧୨୨ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏହି ସମୟରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଥିଲେ।ଏହି ଇନିଂସ୍‌ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି।

ସୂଚନାଯୋଗ୍ୟ, ବିରାଟ ୨୦୧୯ ନଭେମ୍ବର ବାଲାଂଦେଶ ବିପକ୍ଷରେ ଖେଳି ଶେଷ ଶତକ ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ୮୩ଟି ଇନିଂସରେ ଖରାପ୍‌ ପ୍ରଦର୍ଶନ କରିଥିଲେ। ଫଳରେ ସେ ପ୍ରଶଂସକଙ୍କ ସମାଲୋଚନାର ଶୀକାର ମଧ୍ୟ ହୋଇଥିଲେ। ଏହି ଶତକୀୟ ଇନିଂସ୍‌ ବଳରେ କୋହଲିଙ୍କ ଆତ୍ମବିଶ୍ୱାସ ପୁଣି ଫେରିଛି। ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚରେ କୋହଲିଙ୍କ ଏହି ଦମ୍‌ଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

Show More

Related Articles

Back to top button