
ଭୁବନେଶ୍ୱର : ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଗୋରୁ ଗାଈଙ୍କଠାରେ ଦେଖାଦେଇଛି ଘାତକ ଲମ୍ପି ସ୍କିନ ରୋଗ। ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଆଜିଠାରୁ ଏହି ଦୁଇ ରାଜ୍ୟ ସୀମାକୁ ଲାଗିଥିବା ଗୋରୁ ହାଟ ବନ୍ଦ କରିଦେଇଛନ୍ତି। ଏହି ରୋଗର ମୁକାବିଲା ପାଇଁ ଓଡ଼ିଶା ସରକାର ଖୋଲିଛନ୍ତି କଣ୍ଟ୍ରୋଲ୍ ରୁମ୍। ଏନେଇ ସୂଚନା ଦେଇଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଶ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟରେ ଗୋରୁ ଓ ମଇଁଷିମାନଙ୍କ ଦେହରେ ଲମ୍ପି ସ୍କିନ ରୋଗର ସମ୍ଭାବ୍ୟ ବ୍ୟାପିବା ଓ ମୁକାବିଲା ପାଇଁ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ଦୁଇଟି ସିଫ୍ଟରେ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ତଳ ମହଲାରେ କଣ୍ଟ୍ରୋଲ ରୁମ୍ ଆଜିଠାରୁ କାର୍ଯ୍ୟ କରୁଛି।