୨୦୨୫ ବିଧାନସଭା ନିର୍ବାଚନ ରଣନୀତି ନେଇ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା। ୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି । ଏକ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ବର୍ତ୍ତମାନ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଥିବାରୁ କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ୨୦୨୪ରେ ମଧ୍ୟ ପୁଣି ମୋଦି ସରକାର ଗଠନ ହେବ । ଅମିତ ଶାହ ଦାବି କରିଛନ୍ତି ବିହାରେ ୨୦୨୫ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ଏହାସହ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଶାହ । ସେ କହିଛନ୍ତି ନୀତିଶ ବିହାରବାସୀଙ୍କୁ ଠକିଥିବାରୁ ବିହାର ଜନତା ତାଙ୍କୁ ଏହାର ନିଶ୍ଚିତ ଜବାବ ଦେବେ। ନୀତିଶଙ୍କର କୌଣସି ଆଦର୍ଶ ନଥିବା ମଧ୍ୟ ସେ କହିଛନ୍ତି । ନୀତିଶ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରି ବିଜେପିକୁ ବିଶ୍ବାସ ଘାତକତା କରିଥିବା ଅଭିଯୋଗ କରିଛନ୍ତି ଶାହ ।
Related Articles
Check Also
Close
-
ଆଇପିଏଲ 2025- ଋଷଭ ପନ୍ଥ ସବୁଠୁ ଦାମୀ6 hours ago