ଅପରାଧଆଇନ କାନୁନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଜ୍ୟାକଲିନ ପର୍ଣ୍ଣାଡିଜ୍‌ଙ୍କୁ ବଡ଼ ଆଶ୍ୱସ୍ତି: ୨୦୦ କୋଟି ଠକେଇ ମାମଲାରେ ମଳିଛି ଆଗୁଆ ଜାମିନ

ନୂଆଦିଲ୍ଲୀ: ବିଲଡଉ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ୨୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ଥିବା ଜଣାପଡ଼ିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଇଡି ଜ୍ୟାକଲିନଙ୍କୁ ଘନଘନ ଜେରା ମଧ୍ୟ କରିବାରେ ଲାଗିଛି। ଏ ସବୁ ଭିତରେ ଆଜି କୋର୍ଟରୁ ତାଙ୍କୁ ଏହି ୨୦୦ କୋଟି ଠକେଇ ମାମଲାରେ ଆଗୁଆ ଜାମିନ ମିଳିଛି। ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ବଣ୍ଡ ବଳରେ ଜାମିନ ଦେଇଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ ଜ୍ୟାକଲିନ କୋର୍ଟରେ ଉପସ୍ଥିତ ଥିଲେ। ଧଳା ଶାର୍ଟ ଓ କଳା ଟ୍ରାଉଜର ପିନ୍ଧି ସେ କୋର୍ଟ ଭିତରକୁ ଯାଇଥିଲେ। କ୍ୟାମେରା ଲେନ୍ସରୁ ବର୍ତ୍ତିବା ପାଇଁ ସେ ଓକିଲଙ୍କ ଭଳି ବେଶ ଧାରଣ କରି କୋର୍ଟରେ ପ୍ରବେଶ କରିଥିଲେ ବୋଲି ସୂଚନାମିଳିଛି। ୨୦୦ କୋଟି ଠକେଇ ମାମଲାରେ ଇଡି ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଚାର୍ଜଶିଟ୍‌ ଆଧାରରେ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ସେ ଆଜି କୋର୍ଟରେ ହାଜର ହୋଇ ଜାମିନ ପାଇଛନ୍ତି। ମହାଠକ ସୁକେଶ ଚନ୍ଦ୍ର ଶେଖରଙ୍କ ଠାରୁ ଜ୍ୟାକଲିନ ଏକାଧିକ ଦାମୀ ଉପହାର ଗ୍ରହଣ କରିଥିଲେ। ଏପରି କି ଜ୍ୟାକିଲନଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଥିଲା। ଏଥିପାଇଁ ଉଭୟ ଇଡି ଓ ଦିଲ୍ଲୀ ପୁଲିସ୍‌ ଜ୍ୟାକିଲନଙ୍କୁ ଜେରା କରିଛନ୍ତି। ଗତ ସପ୍ତାହରେ ଜ୍ୟାକଲିନଙ୍କ ବନ୍ଧୁ ତଥା ଫ୍ୟାଶନ ଡିଜାଇନର ଲୀପାକିଶ ଇଲ୍ଲାୱାଡିଙ୍କୁ ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା। ଏହି ସମୟରେ ଜ୍ୟାକଲିନ ଓ ସୁକେଶଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସେ ଜାଣିଥିଲେ ବୋଲି ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ସୁକେଶ ତାଙ୍କ ଜନ୍ମଦିନରେ ଜ୍ୟାକଲିନଙ୍କ ଏଜେଣ୍ଟ ପ୍ରଶାନ୍ତଙ୍କୁ ଗୋଟିଏ ମୋଟରସାଇକେଲ ଉପହାର ଆକାରରେ ଦେବାକୁ ଚାହିଁଥିଲେ। କିନ୍ତୁ ପ୍ରଶାନ୍ତ ଏହା ଗ୍ରହଣ କରି ନଥିଲେ। ଏହା ସତ୍ତ୍ୱେ ସୁକେଶ ଉକ୍ତ ବାଇକକୁ ପ୍ରଶାନ୍ତଙ୍କ ଘରେ ରଖି ଚାବି ଦେଇ ଚାଲି ଯାଇଥିଲେ। ତଦନ୍ତ ବେଳେ ପୁଲିସ୍‌ ଉକ୍ତ ବାଇକକୁ ମଧ୍ୟ ଜବତ କରିଛି।

 

Show More

Related Articles

Back to top button