
ସାମ୍ନାକୁ ଆସିଲା ଫିଲ୍ମ ‘ଦୃଶ୍ୟମ ୨’ର ଟିଜର । ଗୁରୁବାର ଅଜୟ ଦେବଗନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ଦୃଶ୍ୟମ ୨ର ରିକଲ ଟିଜର ରିଲିଜ କରିଛନ୍ତି । ଟିଜରକୁ ଦେଖିବା ପରେ ଫିଲ୍ମ ରିଜିଜକୁ ଅପେକ୍ଷା କରିଛନ୍ତି ପ୍ରଶଂସକ ।
ଆସନ୍ତା ନଭେମ୍ବର ୧୮ରେ ଦୃଶ୍ୟମ ୨ ରିଲିଜ୍ ହେବାକୁ ଥିବାବେଳେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଅଜୟ ଦେବଗନ, ସାଉଥ୍ ଆକ୍ଟ୍ରେସ ଶ୍ରେୟା ଶରଣ, ଇତିଶା ଦତ୍ତ, ତବ୍ୱୁ ଓ ଅକ୍ଷୟ ଖାନ୍ନା ।
୨୦୧୫ରେ ଆସିଥିବା ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ’ର ସଫଳତା ପରେ ମେକର୍ସ ଏହାର ପାର୍ଟ ୨ ବା ସିକ୍ୟୁଏଲ ନେଇ ଆସିଛନ୍ତି । ଏହାସହ ଟିଜରରେ ଅଜୟ ତାଙ୍କ ଭୁଲ ସ୍ୱୀକାର କରୁଥିବା ଦେଖାଯାଇଛି ।