ଦେଶସ୍ୱତନ୍ତ୍ର

ହ୍ୱାଟସଆପରେ ଆସିଲା ନୂଆ ଫିଚର,ଏଣିକି ୩୨ଜଣଙ୍କ ସହ ଏକାସଙ୍ଗେ ହୋଇପାରିବ ଭିଡିଓକଲ୍

ହ୍ୱାଟସଆପରେ ଆସିବ ନୂଆ ଫିଚର । ଏଣିକି ୩୨ଜଣଙ୍କ ସହ ଏକାସଙ୍ଗେ ହୋଇପାରିବ ଭିଡିଓକଲ୍ । ଏହି ସୁବିଧା ଲାଗି ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ୟୁଜରମାନଙ୍କୁ ଏହି ନୂଆ ସୁବିଧା ଦେବାକୁ ଯାଉଛି ହ୍ୱାଟସଆପ । ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ । ଏନେଇ ସୂଚନା ଦେଇଛନ୍ତି ହ୍ୱାଟସ୍ଆପର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ

ଫେସବୁକରେ ଏକ ପୋଷ୍ଟରେ ଏ ନେଇ ଜୁକରବର୍ଗ କହିଛନ୍ତି ଯେ, ଏହି ସପ୍ତାହରୁ ଆମେ ହ୍ୱାଟସ୍ଆପରେ କଲିଂ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକରେ ଆପଣ ଯେକୌଣସି କଲ ସହ ଯୋଡି ହୋଇପାରିବେ । ୩୨ ଜଣଙ୍କ ପର୍ୟ୍ୟନ୍ତ ଆମେ ସୁରକ୍ଷିତ ଏନକ୍ରିପଟେଡ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ ।

ଏବେ କଲର ବିକଳ୍ପକୁ ଯାଇ କଲ ଲିଙ୍କ୍ ତିଆରି କରିବା ସହ ଏହାକୁ ନିଜ ବନ୍ଧୁଙ୍କ ମଧ୍ୟରେ ସେୟାର କରିପାରିବେ । ଏହି ସେବା ପାଇବା ପାଇଁ ହେଲେ ୟୁଜରଙ୍କୁ ନିଜ ଆପ ଅପଡେଟ କରିବାକୁ ହେବ ।

Show More

Related Articles

Back to top button