
ପୁଣି ଦେଶବାସୀଙ୍କୁ ମହଙ୍ଗାମାଡ । ଏଣିକି ଦରଦାମ ବୃଦ୍ଧି ପାଇବ । RBI ବଢାଇଲା ରେପୋ ରେଟ୍ । ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।
ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ ଅଗଷ୍ଟ ମାସରେ ୫୦ ବିପିଏସ ଲେଖାଏ ରେପୋ ରେଟ ବଢାଯାଇଥିଲା । ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ବଢିଲାଣି ରେପୋ ରେଟ ।
ବର୍ତ୍ତମାନ ରେପୋ ହାର୫.୪୦% ରୁ ୫.୯୦% କୁ ବୃଦ୍ଧି ପାଇଥିବାବେଳେ SDF ହାର ୫.୧୫% ରୁ ୫.୬୫% କୁ ବୃଦ୍ଧି ପାଇଛି । ୬ MPC ସଦସ୍ୟଙ୍କ ମଧ୍ୟରୁ ୫ ଜଣ ହାର ବୃଦ୍ଧି ସପକ୍ଷରେ ଥିଲେ। ଆରବିଆଇ କହିଛି ଯେ ମୁଦ୍ରାସ୍ଫୀତି ସବୁ କ୍ଷେତ୍ର ପାଇଁ ଚିନ୍ତାର ବିଷୟ ପାଲଟିଛି।
ଏହାପୂର୍ବରୁ ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର ଅନେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛନ୍ତି। ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଛି ।